ରାଜଧାନୀ ରେ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା | Death in bhubaneswara

ଭୁବନେଶ୍ବର, ରାଜଧାନୀରେ ଶୁକ୍ରବାରେ ହତ୍ୟାକାଣ୍ଡ ଘଟିଛି। ଦିନ ଦ୍ଵିପ୍ରହରରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତ ପିଟିପିଟି ହତ୍ୟା କରିଛନ୍ତି। । ମୃତକ ହେଲେ ୟୁନିଟ୍- ୬ ଅଞ୍ଚଳର ସସ୍ମିତ କୁମାର ବିଶ୍ବାଳ(ଚିନୁ) । ହତ୍ୟାକା କାଣ୍ଡ ପରେ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଚିନୁଙ୍କ ଭାଇ ଦେବଦୂତ ମହାନ୍ତି(ଜୀନୁ)ଙ୍କ ଅଭିଯୋଗ ଆଧାରରେ ପ୍ରଧାନସାହିର ଟୁଲୁ ମହ ମହାନ୍ତି ସମେତ ୭ ଅଭିଯୁକ୍ତଙ୍କ ନାମରେ ଏୟାରଫିଲ୍ମ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଜମିଜମା ବ୍ୟବସାୟ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଏହି ଘଟଣାରେ ପୁଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖ୍ ପଚରାଉଚରା ଚଳାଇଛି। ହତ୍ୟାକାଣ୍ଡରେ ପ୍ରଧାନସାହି, ସୁନ୍ଦରପଦା ଓ କଣ୍ଟିଲୋ ଅଞ୍ଚଳର ପ୍ରାୟ ୮ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଚିନୁଙ୍କର ୟୁନିଟ୍- ୬ ଅଞ୍ଚଳରେ ‘ମହାନ୍ତି ଡ୍ରଗ୍ ହାଉସ’ ନାମରେ ଔଷଧ ଦୋକାନ ରହିଛି। ଏୟାରଫିଲ୍ମ ଥାନା ଅଧୀନ ପ୍ରଧାନସାହି ସମେତ ନିକଟ ଅଞ୍ଚଳ ଜାମୁକୋଳି ଓ କଣ୍ଡିଲୋ ମୌଜାରେ ଚିନୁ ଜମି କିଣିଥିଲେ। ଉକ୍ତ ଜମିକୁ ନେଇ କିଛି ଦିନ ହେବ ସ୍ଥାନୀୟ କିଛି ଯୁବକଙ୍କ ସହିତ ତାଙ୍କର ବିବାଦ ଲାଗି ରହିଥିଲା । ସ୍ଥାନୀୟ ଲୋକ ତାଙ୍କୁ ଧମକ ଚମକ ଦେବା ନେଇ ଚିନୁ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ଅଭିଯୋଗ ଆଧାରରେ ପୁଲିସ ପୂର୍ବରୁ କିଛି ଯୁବକଙ୍କୁ ଗିରଫ କରିଥିଲା I ଗତ କିଛି ଦିନ ହେବ ପ୍ରଧାନସାହିରେ ଥିବା ଏକ ଜମିକୁ ନେଇ ଚିନୁଙ୍କ ସହ ସ୍ଥାନୀୟ ଯୁବକଙ୍କ ଗଣ୍ଡଗୋଳ ହୋଇଥିଲା । ଉକ୍ତ ଜମିରେ ଚିନୁ ପାଚେରି ନିର୍ମାଣ କରୁଥିଲେ । ଗତ ବୁଧବାର ତାଙ୍କ ପଥରକୁ କେହି ଚୋରି କରି ନେଇଥିଲା। ଏହାକୁ ନେଇ ଚିନୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ପରେ ସ୍ଥାନୀୟ ଜଣେ ଯୁବକ ତାଙ୍କ ପଥର ନେଇଥିବା ମାନିଥିଲା। ଚୋରି ପଥରକୁ ସମ୍ପୃକ୍ତ ଯୁବକ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ପୁଲିସ ଉପସ୍ଥିତିରେ ଫେରାଇ ଥିଲା। ଏହି ସମୟରେ ଚିନୁ ମୋଟରସାଇକଲରେ

ଜମି ନିକଟକୁ ଯାଇଥିଲେ। ପୁଲିସ ଉପସ୍ଥିତିରେ ଅଭିଯୁକ୍ତମାନେ ଚିନୁଙ୍କୁ ଘେରି ଯାଇଥିଲେ । ଉପସ୍ଥିତ ଜଣେ ମହିଳା ପୁଲିସ ଅଧିକାରୀଙ୍କ ତାଗିଦ୍ ପରେ ସେମାନେ ଚିନୁଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ପୁଲିସ ସେଠାରୁ ପଳାଇ ଆସିଥିଲା । ଘରକୁ ଆସିବା ବାଟରେ ଚିନୁଙ୍କୁ ସମ୍ପୃକ୍ତ ଯୁବକମାନେ ପ୍ରଧାନସାହି କାଜୁ ଜଙ୍ଗଲ ନିକଟରେ ଅଟକାଇଥିଲେ। ଜମି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉଭ୍ୟକ୍ତ ହୋଇ ପୂର୍ବପ୍ରସ୍ତୁତ ଦୁର୍ବୃତ୍ତମାନେ ହଠାତ୍ ଲୁହା ପାଇପ୍ ଓ ରଡ୍‌ରେ ଚିନୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଚିନୁ ତଳେ ପଡ଼ି ଛଟପଟ ହୋଇଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅତି ନୃଶଂସ ଭାବେ ପିଟି ଚାଲିଥିଲେ । ଫଳରେ ଘଟଣାସ୍ଥଳରେ ଚିନୁଙ୍କ ମୃତ୍ୟୁ ଘଟିଥିଲା। ଏହାପରେ

ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। କାଜୁ ଜଙ୍ଗଲ ନିକଟରେ ଚିନୁଙ୍କ ମୃତଦେହ ପଡ଼ି ରହିଥିଲା । ଅପରାହ୍ନ ପ୍ରାୟ ୪ଟାରେ ସ୍ଥାନୀୟ ଯୁବକମାନେ କାଜୁ ଜଙ୍ଗଲ ନିକଟରେ କ୍ରିକେଟ୍ ଖେଳିବା ଆରମ୍ଭକରିଥିଲେ। କାଜୁ ଜଙ୍ଗଲ ନିକଟକୁ ବଲ୍‌ ପଳାଇଥିଲା। ବଲ୍‌ ଆଣିବା ପାଇଁ ଯିବାବେଳେ ଚିନୁଙ୍କ ମୃତଦେହ ପଡ଼ିଥିବା ଯୁବକ ଦେଖି ସାଙ୍ଗଙ୍କୁ କହିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କର ସେଠାକୁଧାଡ଼ି ଛୁଟିଥିଲା। ଖବର ପାଇ ଏୟାରଫିଲ୍ମ ଥାନା ପୁଲିସ ସେଠାରେ ପହଞ୍ଚିଥିଲା। ମୃତଦେହକୁ ଜବତ କରି ହସ୍ପିଟାଲ ପଠାଇବା ସହ ତାଙ୍କ ପରିବାର ଲେ ଲୋକଙ୍କୁ ଖବର ଦେଇଥିଲା । ଚିନୁ ଓ ଟୁଲୁ ପୂର୍ବରୁ ମିଶି ପ୍ରଧାନସାହି ଅଞ୍ଚଳରେ ଜମିଜମା ଜ ବ୍ୟବସାୟ କରୁଥିଲେ । ଟଙ୍କା ଦେଣନେଣକୁ ନେଇ ଉଭୟଙ୍କ ମଧ୍ଯରେ ବିବାଦ ସୃଷ୍ଟି ହୋଇଥିଲା । ଚିନୁ ଉକ୍ତ ଅଞ୍ଚଳରେ କିଛି ବର୍ଷ ହେବ ଜମିଜମା ବ୍ୟବସାୟ ଚଳାଇଥିଲେ ବୋଲି ପୁଲିସ କହିଛି । ଏହି ବ୍ୟବସାୟକୁ ନେଇ ତାଙ୍କର କିଛି ଯୁବକଙ୍କ ସହ ବିବାଦ ଲାଗି ରହିଥିଲା। କମିସନରେଟ ପୁଲିସରେ ପୂର୍ବରୁ କାମ କରୁଥିବା ଜଣେ ଗୃହରକ୍ଷୀ ତାଙ୍କ ଜମିକୁ ରାସ୍ତା ଦେବା ନେଇ ଚିନୁଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲା। ପରେ ରାସ୍ତା ଦେଇନଥ୍‌ଲା କିମ୍ବା ନେଇଥିବା ଟଙ୍କା ଫେରସ୍ତ କରିନଥିଲା। ଏହାକୁ ନେଇ ଚିନୁ ଓ ଉକ୍ତ ଗୃହରକ୍ଷୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୂର୍ବ ବିବାଦକୁ ନେଇ ପ୍ରତିଶୋଧ ପରାୟଣ ହୋଇ ଦୁର୍ବୃତ୍ତମାନେ ଚିନୁଙ୍କୁ ହତ୍ୟା କରିଥିବା ଶୁଣିବାକୁ ମିଳିଛି । ଚିନୁଙ୍କ ମୃତ୍ୟୁ

ଖବର ପ୍ରଚାରିତ ହେବା ପରେ ତାଙ୍କ ବନ୍ଧୁ ଓ ପରିଜନଙ୍କ କ୍ୟାପିଟାଲ ହସ୍ପିଟାଲରେ ଭିଡ଼ ଜମିଥିଲା । ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ହସ୍ପିଟାଲରେ ପହଞ୍ଚି ଥିଲେ। ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ଏହାକୁ ଭି ପଢନ୍ତୁଆୟୁଷ୍ମାନ କାର୍ଡ କିପରି କରିବେ

Leave a Comment