ଓଡ଼ିଶାରେ ଆୟୁଷ୍ମାନ କାର୍ଡ ଲାଗୁ | Ayushman Bharat implemented in Odisha

ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ଶେଷରେ ଓଡ଼ିଶାରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । ଆୟୁଷ୍ମାନ ଭାରତ ସହିତ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ସାମିଲ କରାଯାଇଛି। ଏହି ଦୁଇ ଯୋଜନା ଲାଗି ଗୋଟିଏ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବ। ଏଥିରେ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟସେବା ସୁବିଧା ମିଳିବ।

ଏହି କାର୍ଡରେ ଓଡ଼ିଶାର ହିତାଧୂକାରୀ ଦେଶର ୩୦ ହଜାର ଅନୁବନ୍ଧିତ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇପାରିବେ । ଏହି ଯୋଜନାରେ ରାଜ୍ୟର ୩ କୋଟି ୫୨ ଲକ୍ଷ ହିତାଧୂକାରୀ ଉପକୃତ ହେବେ। ସ୍ବାସ୍ଥ୍ୟ ସେବା ପାଇଁ ଆଉ ଅର୍ଥ ବାଧ ହେବ ନାହିଁ । କଟକର ଐତିହାସିକ ବାଲିଯାତ୍ରା ପଡିଆରେ ଶୁକ୍ରବାର ଅପରାହ୍ନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଜନାର ଶୁଭାରମ୍ଭକରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗପ୍ରକାଶ ନଡ଼ା । ଏହାବ୍ୟତୀତ ୭୦ ବର୍ଷ ଓ ତଦୁର୍ଦ୍ଧ ବୟସ୍କଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୟୋବନ୍ଦନ ଯୋଜନାକୁ ମଧ୍ଯ ଓଡ଼ିଶାରେ ଆଜିଠାରୁ କାର୍ଯ୍ୟକାରୀ କରାଯାଇଛି ।

  • ୩କୋଟି ୫୨ ଲକ୍ଷ ହିତାଧୁକାରୀ ସାମିଲ
  • ପୁରୁଷ ୫ଲକ୍ଷ, ମହିଳାଙ୍କୁ ୧୦ ଲକ୍ଷର ଦେୟମୁକ୍ତ ଚିକିତ୍ସା
  • ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନାରେ ଉପକୃତ ହେବେ ସତୁରି ଓ ସତୁରିପରର ୨୩ ଲକ୍ଷ ବୟସ୍କ

ଆୟୁଷ୍ମାନ କାର୍ଡ ବିଷୟରେ ଅଧିକ ଜାଣନ୍ତୁ

ଏଥିରେ ସମସ୍ତ ସତୁରୀପର ବୟସ୍କଙ୍କୁ ସାମିଲ କରାଯାଇଛି। ଓଡ଼ିଶାରେ ଯୋଜନାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନଜ୍ଜା ଲୋକାର୍ପଣ କରି କହିଲେ, ଏହା ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ଯୋଜନା । ୨୩ ସେପ୍ଟେମ୍ବର ୨୦୧୮ ମସିହାରୁ ଝାଡଖଣ୍ଡର ରାଞ୍ଚିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଦେଶବ୍ୟାପୀ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଏହି ଯୋଜନାରେ ଅଦ୍ୟାବଧୂ ଦେଶର ୮କୋଟି ୯୦ଲକ୍ଷ ଲୋକେ ଉପକୃତ ହୋଇଛନ୍ତି। ମାତ୍ର ଓଡ଼ିଶା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ସରକାରଙ୍କ ରାଜନୈତିକ ଅହଂକାର ଯୋଗୁଁ ଏହି ଯୋଜନାକୁ ସେମାନେ ଲାଗୁ କରି ନଥିଲେ।

ଓଡ଼ିଶାରେ ସରକାର ବଦଳିବା କାରଣରୁ ଏବେ ଓଡ଼ିଆ ଲୋକ ଏହି ଯୋଜନାର ଲାଭ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ନଡ୍ଡା କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର କୋ-ବ୍ରାଣ୍ଡେଡ କାର୍ଡ ହିତାଧୂକାରୀଙ୍କୁ ବଣ୍ଟନ କରାଯାଇଥିଲା। ଏବିପିଏମ୍ ଏଜେୱାଇ ଅଧୀନରେ ବର୍ତ୍ତମାନ ଦେଶରେ ୬୨ କୋଟି ଲୋକ ଉପକୃତ ହେଉଛନ୍ତି।

ଓଡ଼ିଶାର ପ୍ରାୟ ୧ କୋଟି ୩୦ ଲକ୍ଷ ପରିବାରର ୩.୫୨ କୋଟି ଲୋକ ଉପକୃତ ହେବେ । ଓଡ଼ିଶାରେ ଆୟୁଷ୍ମାନ ବୟୋ ବନ୍ଦନା କାର୍ଯ୍ୟକାରୀ ହେବା ସହିତ ୭୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏଥିରେ ସାମିଲ କରାଯାଇଛି। ଏଥିସହ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ସକ୍ରିୟ ଅଂଶଗ୍ରହଣ କରିଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏବିଏଚଆଇଏମ ଅଧୀନରେ ଓଡ଼ିଶାର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୧, ୪୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଲେ, ଓଡିଶା ବିକାଶ ଇତିହାସରେ ନୂଆ ଅଧ୍ୟାୟ ଯୋଡି ହୋଇଛି। ୬ ବର୍ଷ ହେବ ରାଜନୈତିକ ପଶାପାଲିରେ ଏହି ଯୋଜନା ବଳି ପଡ଼ିଥିଲା। ରାଜ୍ୟବାସୀ ଯୋଜନାରୁ ବଞ୍ଚିତ ହୋଇଥିଲେ। ମାତ୍ର ରାଜ୍ୟରେ ଡବଲ ଇଞ୍ଜିନ ସରକାର ଯୋଗୁଁ ବିକାଶର ଗତି ଦୁଇଗୁଣ ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ନୂଆ ସରକାର ଗଠନ ପରେ ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ବିଭିନ୍ନ ବର୍ଗର ୪ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ଆଉ ୫ ହଜାର ୩୭୪ ଡାକ୍ତର ଓ ଦନ୍ତ ଚିକିତ୍ସକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ଅଧୀନରେ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚଳିତ ବର୍ଷ ବଜେଟ୍‌ରେ ୩ ହଜାର ୮୮୧ କୋଟି ଟଙ୍କା ଏବଂ ଆମ ହସ୍ପିଟାଲ ଅଧୀନରେ ୪୨୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ୧୨ଟି ମେଡିକାଲ କଲେଜ ରହିଥ‌ିବାବେଳେ ୨ଟି କାର୍ଯ୍ୟକାରୀ ଅପେକ୍ଷାରେ ରହିଛି। ଏଥିସହ ଚଳିତ ବର୍ଷ ବଜେଟ୍‌ରେ ଜଗତସିଂହପୁର, ଭଦ୍ରକ, ନବରଙ୍ଗପୁର ଓ ଢେଙ୍କାନାଳରେ ମେଡିକାଲ କଲେଜ ପାଇଁ ଅର୍ଥ ବରାଦ କରାଯାଇଥିବା ସେ କହିଛନ୍ତି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ଏହି ଯୋଜନା ଓଡ଼ିଶାର ଆଦିବାସୀଙ୍କୁ ବ୍ୟାପକ ଲାଭାନ୍ବିତ କରିବ ବୋଲି ସେ କହିଥିଲେ । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଲେ, ଏହି ଯୋଜନା ଓଡ଼ିଶାରେ ଲାଗୁ କରିବାକୁ ବିଧାନସଭା ଭିତରେ ଓ ବାହାରେ ଲଢ଼େଇ କରୁଥିଲୁ I ପୂର୍ବ ସରକାର କଣ୍ଠପାତ କରୁ ନ ଥିଲେ। ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ତିନି କୋଟି ଲୋକ ସ୍ବାସ୍ଥ୍ୟ ବୀମା କାର୍ଡ ପାଇବେ ଏବଂ ଓଡ଼ିଶାର ୨୩ ଲକ୍ଷ ବୟସ୍କ ବ୍ୟକ୍ତି ମଧ୍ୟ ବୟୋ ବନ୍ଦନା ଯୋଜନାରେ ଉପକୃତ ହେବେ ବୋଲି ସେ କହିଛନ୍ତି। ରାଜ୍ୟର

ଏହାକୁ ଭି ପଢନ୍ତୁ – ଆୟୁଷ୍ମାନ କାର୍ଡ କିପରି କରିବେ

Leave a Comment

Exit mobile version